Advertisment

୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖ ଓ ୨୮ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ କେତେକ ସ୍ଥାନରେ ୨୬ ଓ ୨୭ ତାରିଖ ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ଜମା ହେବାର ଆଶଙ୍କା ପ୍ରକାଶ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Well Marked Low

Well Marked Low

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନ୍‌ରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ତା ପରେ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। 

Advertisment

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖ ଓ ୨୮ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ କେତେକ ସ୍ଥାନରେ ୨୬ ଓ ୨୭ ତାରିଖ ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ଜମା ହେବାର ଆଶଙ୍କା ପ୍ରକାଶ କରାଯାଇଛି। 

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ଯାଏ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି।

Advertisment

୨୬ ତାରିଖ ପାଇଁ ୪ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି।  ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି, ୨୫ ତାରିଖ ସଂଧ୍ୟା ସୁଦ୍ଧା ଫେରିବାକୁ କୁହାଯାଇଛି ଏବଂ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Weather Update Rain In Odisha Weather In Odisha
Advertisment
Advertisment