ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ବେଆଇନ କହିବା ସହିତ ସିବିଆଇର ନିରପେକ୍ଷତାକୁ କବର ଦେବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବୋଲି କଂଗ୍ରେସ ଅଭିଯୋଗ...
ଅନୁଗୁଳ: ମଣିଷଖିଆ ବାଘୁଣୀ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବାହାରୁ ଆସିବେ ୨ଟି ଟିମ୍। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା। ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ଟିମ୍ ଆସିବେ। ଆସନ୍ତା ୨/୩ ଦିନ ଭିତରେ ସେମାନେ ଆସି ପହଞ୍ଚିବେ ବୋଲି...
ବାଲେଶ୍ୱର: ବେଆଇନ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ବାଲି ବୋଝେଇ ଟ୍ରାକ୍ଟର୍।୧୨ଟି ବାଲି ବୋଝେଇ ଟ୍ରାକ୍ଟର୍କୁ ଅଟକ ରଖିଛନ୍ତି ରାଜନଗର ଗାଁର ଗ୍ରାମବାସୀ। ଏହି ବାଲି ସବୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୁଅଁରପୁର ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ...
ମାଲକାନଗିରି: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ମାଥିଲିରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ବାରୁଗୁଡ଼ା ଗାଁର ଅନନ୍ତନାଥ ଭୂମିଆ। ପୁଲିସ୍ ଇନ୍ଫର୍ମର୍ ସନ୍ଦେହରେ ଅନନ୍ତନାଥଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତ ରାତିରେ ଅନନ୍ତନାଥ ପାଖ ଗାଁକୁ ନାଟ ଦେଖିବାକୁ...
ଭୁବନେଶ୍ୱର: ପୁଲିସ୍ ଓ ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫେସ୍ବୁକ୍ ଭିଡିଓ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି। ଆଜି ଫେସ୍ବୁକ୍ରେ ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି, ପୁଲିସ୍ ଓ...
ଭୁବନେଶ୍ୱର: ବଢ଼ିଲା ଅଭିଜିତ ଆୟାର ମିତ୍ରଙ୍କ ଅଡ଼ୁଆ। ସେ ଟ୍ୱିଟ୍ରରେ କ’ଣ କ’ଣ ଲେଖିଥିଲେ, ସେ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ସହିଦ ନଗର ଥାନା ପୁଲିସ୍ ଟ୍ୱିଟର୍କୁ ଚିଠି ଲେଖିଛି। ଅଭିଜିତ କେଉଁ ନମ୍ବର୍, କେଉଁ ମେଲ୍ IDରେ ଆକାଉଣ୍ଟ୍ ଖୋଲିଛନ୍ତି, କେଉଁ ସମୟରେ କ’ଣ ପୋଷ୍ଟ...
ପୁରୀ: ଡ୍ରେନ୍ରୁ ମିଳିଲା ନାବାଳକର ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପାଳପୁର ଗାଁରେ। ଏଠାରେ ଜଣେ ୭ ବର୍ଷ ନାବାଳକର ଡ୍ରେନ୍ରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବାଳକ ଜଣକ ହେଲେ ଗଣେଶ ନାୟକ। ଗଣେଷ ଗତକାଲି ସନ୍ଧ୍ୟାରେ ଚା ପତି...
ପୁରୀ: ଚନ୍ଦନପୁର ଥାନା ସିଡ଼ି ଛକରେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ଶରତ ସାହୁ। ସେ ଜଣେ ୱେଲଡିଂ ଦୋକାନୀ। ଶରତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତ...
ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି। ଏବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଳାଇବେ। ପୂର୍ବରୁ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିଲେ। ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର...
ବରଗଡ଼: ଭଲ ବର୍ଷା ହେବ ଏବଂ ଜମିରେ ସୁନା ଫଳିବ ବୋଲି ଆଶା କରିଥିଲେ ବରଗଡ଼ ଜିଲ୍ଲାର ଚାଷୀ। ହେଲେ ସ୍ୱଳ୍ପ ବୃଷ୍ଟି ସବୁ ଆଶାକୁ ଧୂଳିସାତ କରିଦେଇଛି। ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଫଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସୋହେଲା, ତୁମ୍ବେରପାଲି, ରେଙ୍ଗାଲି,ତବଡ଼ା,ପଣକିପାଲି,...
ଗଜପତି: ‘ତିତ୍ଲି’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍ କ୍ୟାମ୍ପରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଖଜୁରୀପଦା ବାତ୍ୟା ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ଖାଦ୍ୟ ମିଳିବା ତ ଦୂରେ ଥାଉ, ସରକାରୀ କର୍ମଚାରୀମାନେ ତାଙ୍କୁ ଅଧାରେ ଛାଡ଼ି ଚାଲିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଶେଷରେ ଅବହେଳାର ଶିକାର ହୋଇଥିବା ବିପନ୍ନ...
କଟକ: କଥାରେ ଅଛି ବିଳମ୍ବରେ ନ୍ୟାୟ, ନ୍ୟାୟ ନ ମିଳିବା ସହ ସମାନ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟ ଆଇନ୍ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁ ଅବସ୍ଥା ଅନେକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିଛି। ଯେମିତିକି ବାଲେଶ୍ୱର ମାନସିଂ ବଜାରର ଏକାଦଶୀ ଦାସଙ୍କ ଅବସ୍ଥା। ଦଶହରା ଭସାଣି ଗଣ୍ଡଗୋଳକୁ...
ଅନୁଗୁଳ: ସାତକୋଶିଆରେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ସୁନ୍ଦରୀ ଫେଲ୍ ମାରିଛି। ଅଳ୍ପକେ ଟ୍ରାଙ୍କୁଲାଇଜ୍ ଟିମ୍ ହାତରୁ ଖସି ଯାଇଛି ମଣିଷ ଖିଆ ବାଘୁଣୀ ସୁନ୍ଦରୀ। କୁମୁରୀ ଗାଁ ନିକଟରେ ସୁନ୍ଦରୀ ଥିବା ଜାଣିବା ପରେ ବାଘୁଣୀକୁ କାବୁ କରିବା ପାଇଁ ୬ଜଣିଆ ଟ୍ରାଙ୍କୁଲାଇଜ୍ ଟିମ୍ ସେଠାରେ ପହଞ୍ଚିଥିଲେ। ହେଲେ...
କୋରାପୁଟ: ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଦାବି କଲେ ବି କେହି ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ନିରାଶ ହେବା ପରେ ନିଜ ଉଦ୍ୟମରେ ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଲେ, କୋରାପୁଟ ଓ ନାରାୟଣ ପାଟଣା ସୀମାନ୍ତରେ...
ରାୟଗଡ଼ା: ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ନିନ୍ଦିତ ଚିତ୍ର। ଫୋନ୍ କଲେ ବି ଆସିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ପୁଣି ଭାରରେ ବୁହା ହେଲା ରୋଗୀ। ଏଭଳି ଘଟଣା ଘଟିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଘାଗୁଡ଼ିମାଳ ଅଞ୍ଚଳରେ। ଗାଁର ନାଗବଂଶ ପଶୁ ନାମକ ଜଣେ ବ୍ୟକ୍ତିଙ୍କ ଦେହ ଖରାପ...
ବାରିପଦା: ଦାମଙ୍କ ସଭାକୁ ଭଣ୍ଡୁର କରିବା ଉଦ୍ୟମ ପଛରେ କାହାର ହାତ ? ଗତକାଲି ବାରିପଦା ସଭା ପରେ ଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ଜବାବ ଦେଇ ଦାମ ସିଧା ମୟୁରଭଞ୍ଜର ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜ ଗୋସେଇଁଙ୍କ...
ଗୁଆହାଟୀ: ଗୁଆହାଟୀରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ବିରାଟ ଓ ରୋହିତଙ୍କ ଦମ୍ଦାର ଶତକ ବଳରେ ଭାରତ ଖୁବ୍ ସହଜରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତି ନେଇଛି। ଅଧିନାୟକ ବିରାଟ କୋହଲି ୧୦୭ ବଲ୍ରେ...
ସୁବର୍ଣ୍ଣପୁର: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ନିଜସ୍ୱ ଖାଦ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଯାହା ପାଇଁ ସରକାର ଏହି ଯୋଜନା ଆରମ୍ଭ କଲେ ସେହି ଗରିବଙ୍କ ପେଟରେ କିନ୍ତୁ ନାତ ମାରୁଛି ଆମ ବ୍ୟବସ୍ଥା। ଏଭଳି ଦୟନୀୟ ଚିତ୍ର ଦେଖିବାକୁ...