• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

809264-mamata-banerjee
ମବ୍‌ ଲିଞ୍ଚିଂ ବା ଭିଡ଼ ହିଂସାରେ ଦୋଷୀକୁ ମିଳିବ ମୃତ୍ୟୁ ଦଣ୍ଡ

କୋଲକାତା: ମୋବ୍‌ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍‌ ପାସ୍‌ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ...

c
କେରଳରେ ପାକିସ୍ତାନ ପତାକା ଉଡ଼ାଇଲେ କଲେଜ ଛାତ୍ର !

ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର...

nokia
ସାମ୍‌ସଙ୍ଗ୍‌ ଓ ସାଓମୀକୁ ପଛରେ ପକାଇଲା ନୋକିଆ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଯଦି ଆପଣ ନୋକିଆ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। କାରଣ ଅନ୍ୟ ସ୍ମାର୍ଟଫୋନ୍‌ ଅପେକ୍ଷା ନୋକିଆ ଫୋନ୍‌ରେ ଆପଣ ସବୁଠାରୁ ସୁରକ୍ଷିତ ମୋବାଇଲ ସେବା ସହିତ ଆଗୁଆ ଲେଟେଷ୍ଟ ସଫ୍ଟୱେୟାର ଅପ୍‌ଡେଟ୍‌ର ପାଉଛନ୍ତି। “ରିସର୍ଚ ଫର୍ମ କାଉଣ୍ଟର ପଏଣ୍ଟ”...

ddd
ସାଢ଼େ ୬ ବର୍ଷରେ ସର୍ବନିମ୍ନ ହେଲା ଜିଡିପି

ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି...

govt-employees-are-not-coming-to-office-in-right-time
ନୂଆ ଅଫିସ୍‌ ଟାଇମ୍‌ ମାନୁ ନାହାଁନ୍ତି ସରକାରୀ ବାବୁ

ଭୁବନେଶ୍ୱର: ପ୍ରଶାସନକୁ ଅଧିକ ଦକ୍ଷ, କାର୍ଯ୍ୟକୁଶଳ ଓ ଲୋକାଭିମୁଖି କରିବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ଅଫିସ୍ ଟାଇମ୍‌ ଧାର୍ଯ୍ୟ କରିଥିଲେ ସରକାର। ୧୦ଟାରୁ ସାଢ଼େ ୫ଟା ଯାଏ ଧାର୍ଯ୍ୟ ହୋଇଥିଲା ଅଫିସ ଟାଇମ୍‌। ଏହି ନିୟମ କାର୍ଯ୍ୟକାରୀ ହେବାକୁ ପ୍ରାୟ ୨ ମାସ ବିତିଗଲାଣି। ହେଲେ...

sarathi
ପୁଣି ପ୍ରବଚନ ଦେବାକୁ ଚାହୁଁଛନ୍ତି ସାରଥି; ଏଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ

କଟକ : ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍‌ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍‌ରୁ ମୁକୁଳିବା...

chaula
ସରକାରଙ୍କୁ ଚୁନ ଲଗାଇ ଚାଉଳ ଲୁଟୁଛନ୍ତି ୩୧ ଲକ୍ଷରୁ ଅଧିକ ହିତାଧିକାରୀ !

ଭୁବନେଶ୍ୱର: ୩୧ ଲକ୍ଷରୁ ଅଧିକ ହିତାଧିକାରୀ ବର୍ଷ ବର୍ଷ ଧରି ସରକାରଙ୍କୁ ଚୁନ ଲଗାଇ ଟଙ୍କିକିଆ ଚାଉଳ ଲୁଟୁଛନ୍ତି। ରାସନ କାର୍ଡ ସହ ଆଧାର ସଂଯୋଗ ପାଇଁ ମାସେ ଧରି ଚାଲିଥିବା କ୍ୟାପେଂନରୁ ଏହି ତଥ୍ୟ ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି। ଗୋଟିଏ...

secretariat-odisha-750x430
ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ...

Bk-mohapatra-sworn-in-as-state-information-commissioner
ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ...

WhatsApp
ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଅମିତ ହସ୍‌ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଜଣେ ୧୩ ବର୍ଷର ବାଳକକୁ ଭୁଲ୍ ଇଂଜେକସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବାଳକ ଜଣକ ହେଲେ ଗେଟ୍ ବଜାର ଅଂଚଳର ମାଲେଶ...

firing-in-nayagarh
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼

ନୟାଗଡ଼: ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲଡବ୍ଲ୍ୟୁ)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଘଟିଛି। ମାତ୍ର କେଉଁକାରଣ ଗୁଳିମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଦଶପଲ୍ଲା ଥାନା...

indrajit
ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ହୋଇପାରନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: କଟକରେ ଜନ୍ମିତ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ଜଷ୍ଟିସ ମହାନ୍ତି ଏବେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ମହାନ୍ତିଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ୍ କରିଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ...

ss
୩୦ ବର୍ଷ ହେଲା ଘରଡିହ ଓ ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଏମାନେ

ଦେବଗଡ଼: ଥଇଥାନର ୩ ଦଶନ୍ଧି ପରେ ବି ନିଜ ଘରଡିହ, ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ଜମିର ଚିହ୍ନଟ ଲାଗି ତହସିଲ ଅଫିସକୁ ଦୌଡି ଦୌଡ଼ି ନିରାଶ ହେଲେଣି ବିସ୍ଥାପିତ। ତଥାପି ଦେବଗଡ଼ କେଶଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉନି।...

para
ପଶ୍ଚିମବଙ୍ଗର ପାଞ୍ଚ ଶହ ପାରା ଜବତ

ବଲାଙ୍ଗିର: ବଲାଙ୍ଗିର ଆର୍‌ପିଏଫ୍‌ ଦ୍ୱାରା ଜବତ ହୋଇଛନ୍ତି ପଶ୍ଚିମବଂଗର ଶହ ଶହ ପାରା। ହାୱଡ଼ା-କୋରାପୁଟ ଏକ୍ସପ୍ରେସରେ ପଶ୍ଚିମବଂଗର ଉଲବେରିଆ ଅଞ୍ଚଳରୁ ପାଞ୍ଚ ଶହ ପାରାଙ୍କୁ ପାଞ୍ଚଟି ପେଟିରେ ପୂରାଇ ଟିଟିଲାଗଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି। ବେଆଇନ ଭାବେ ପାସେଞ୍ଜର ବଗିରେ ପାରା ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼...