କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଟି ଯାକ...
ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା। ସିନେ ତାରକା ସବ୍ୟସାଚୀ ମିଶ୍ର ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛନ୍ତି।...
ଲକ୍ଷ୍ନୌ: ଥାନାବାବୁଙ୍କ କାନ୍ଧରେ ମାଙ୍କଡ଼। ଉତ୍ତରପ୍ରଦେଶ ପିଲଭିଟ୍ର ସଦର ଥାନାରେ ଥାନା ଅଧିକାରୀ ଡ୍ୟୁଟି କରୁଥିବା ବେଳେ ଏକ ମାଙ୍କଡ଼ ଥାନା ଭିତରକୁ ପଶି ଆସିଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ସିଧା ଯାଇ ଥାନାବାବୁଙ୍କ କାନ୍ଧରେ ବସି ପଡ଼ିଥିଲା। ଆଉ କାନ୍ଧରେ ମାଙ୍କଡ଼ଟି ବସିଯିବା...
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଋଣଭାର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ଷେ ମଧ୍ୟରେ ପାକିସ୍ତାନ ସରକାର ଏତେ ପରିମାଣର ଋଣ କରିଛନ୍ତି ଯେ, ଏତେ ଋଣ କେବେ ବି ଆଗରୁ ହୋଇନଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତବର୍ଷ କ୍ଷମତାକୁ ଆସିବା...
ଭୁବନେଶ୍ୱର: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ଗତ ରାତିରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ଭସାଣ ଉତ୍ସବ ପାଇଁ ଟ୍ୱିନ୍ସିଟିରେ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି। କଟକ ଦେବୀଗଡ଼ା...
ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ୍ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ସେସିଲ୍ ରାଇଟ୍। ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିଥିଲେ। ସେସିଲ ରାଇଟ୍ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି...
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା...
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ବେଜିଂ। କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଚୀନ୍ କହିଛି। ସେତିକି ନୁହେଁ, ଆତଙ୍କବାଦ ବିରୋଧରେ ଲଢିବା ସହ...
ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ଏବେବି ଜଣେ ନିଖୋଜ ଅଛନ୍ତି। ତାଙ୍କ ନା ଲକ୍ଷ୍ମୀଧର ଦାସ। ଆଜି ସକାଳୁ ନିଖୋଜ ଥିବା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଆ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୫ଦିନ ତଳେ ଗଭୀର ସମୁଦ୍ରକୁ...
ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବକଙ୍କ ସହ ମିଶି...