ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।
ପୁନର୍ବସୁ- ଶାରୀରିକ ସମସ୍ୟାକୁ ଅଣ ଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ୟ୍ୟ ଉପରେ ଆଧାର କରି ଏକ ଭଲ ପଦୋନ୍ନତି ଏବଂ ବେତନ ବୃଦ୍ଧି ହୋଇପାରେ ।
ପୁଷ୍ୟା- ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ନଷ୍ଟ କରିପାରେ । ବିବାହିତ ଜୀବନ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପରିବାର ସଦସ୍ୟଙ୍କ ପାରସ୍ପରିକ ସହମତି ସହିତ ଆପଣ ଏକ ଭଲ ଯାନ କିଣି ପାରିବେ ।
ଅଶ୍ଲେଷା- ଜମିଜମା ପାଇଁ ଅର୍ଥ ବ୍ୟୟ କରିପାରିବେ । ପ୍ରସାଶନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨