ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।
ଉ,ଷାଢା- ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।
ଶ୍ରବଣା- ଋଣ ମୁକ୍ତିର ରାସ୍ତା ପରିଷ୍କାର ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପୂର୍ବ ଯୋଜନା ଅନୁଯାୟୀ କିଛିଟା ଶ୍ରମ ସ୍ବ କାର କରିପାରିଲେ ଅବଶ୍ୟ ସଫଳତା ପାଇବେ।
ଧନିଷ୍ଠା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ଜମିଜମା କାରବାରରେ ଉପକୃତ ହେବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି
ପ୍ରତିକାର – ସୂର୍ୟ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮