ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।
ଉ,ଫଳଗୁନି- ପେଟ ସମ୍ବନ୍ଧୀୟ କୌଣସି ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ପାରିବାରିକ ଜୀବନରେ କିଛି ଭଲ ଖବର ଶୁଣିବାକୁ ପାଇବେ ।
ହସ୍ତା- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।
ଚିତ୍ରା- ସାହାଯ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲା ସହଜରେ ସମାଧାନ ହୋଇଯିବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ ।
ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫