ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୩୬ ପର୍ଯ୍ୟନ୍ତ ।
କୃତିକା- ସ୍ୱାସ୍ଥ୍ୟରେ ଗୁରୁତ୍ୱ ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ବିଦେଶରେ କାମ କରିପାରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ରୋହିଣୀ- କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମହିଳା ମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ସାବଧାନତା ଅବଲମ୍ବନ କରିବେ ।
ମୃଗଶିରା- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ ।
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬