• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ ଫଳ ପ୍ରଦାନ କରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୫.୧୭ ଗତେ କର୍କଟ । ତିଥି- ୮ମୀ ଦିବା ୦୮.୦୮ ଗତେ ୯ମୀ । ଘାତ ଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୭ ପର୍ଯ୍ୟନ୍ତ । ଘାତ ବାର- ବୃଷ,ସିଂହ ଓ କନ୍ୟା।

Sagittarius

ଧନୁ

Saturday 07 Oct 2023

ମୂଳା- ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ ।

ପୂ, ଷାଢା- ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ଉ,  ଷାଢା- ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି । ଜୀବନରେ ନୂଆ ସଂକେତ ମିଳିପାରେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର - ଶ୍ରୀ ରାମଙ୍କୁ ଆରଧନା କରନ୍ତୁ