• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ ଫଳ ପ୍ରଦାନ କରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୫.୧୭ ଗତେ କର୍କଟ । ତିଥି- ୮ମୀ ଦିବା ୦୮.୦୮ ଗତେ ୯ମୀ । ଘାତ ଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୭ ପର୍ଯ୍ୟନ୍ତ । ଘାତ ବାର- ବୃଷ,ସିଂହ ଓ କନ୍ୟା।

Aries

ମେଷ

Saturday 07 Oct 2023

ଅଶ୍ୱନୀ- ବ୍ୟବସାୟୀ ମାନେ ବିଶେଷ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।

ଦ୍ୱିଜା-    ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବ । ମାନସିକ ଶାନ୍ତି ଅନୁଭବ କରିବେ ।

କୃତିକା- ସମ୍ପତି ବଢାଇବାର ଯୋଜନା ସଫଳ ହେବ । କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ମହିଳା ମାନେ ଅଧିକ କାର୍ଯ୍ୟକରି ପ୍ରଂଶସିତ ହେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ