• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ ଫଳ ପ୍ରଦାନ କରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୫.୧୭ ଗତେ କର୍କଟ । ତିଥି- ୮ମୀ ଦିବା ୦୮.୦୮ ଗତେ ୯ମୀ । ଘାତ ଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୭ ପର୍ଯ୍ୟନ୍ତ । ଘାତ ବାର- ବୃଷ,ସିଂହ ଓ କନ୍ୟା।

Virgo

କନ୍ୟା

Saturday 07 Oct 2023

ଉ- ଫାଲ୍‌ଗୁନୀ- ପାରିବାରିକ ଶାନ୍ତି ଓ ସ୍ଥିରତା ଅବ୍ୟାହିତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି ।

ହସ୍ତା- ଅଫିସିଆଲି କ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି । ରାଜନିତିରେ କୌଣସି ପଦକ୍ଷପ ଗ୍ରହଣ କରିପାରନ୍ତି । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହି ପାରନ୍ତି ।

ଚିତ୍ରା- ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିପାରେ । ମହିଳା ମାନେ ସଜବାଜରେ ଦିନ କଟିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ବୁଧାଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ