• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Nov 2023: ଏହି ରାଶିର ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଧନ ପାଇପାରନ୍ତି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ତିଥି- ୯ମୀ ନିଶାନ୍ତ ୦୫.୫୧ ଗତେ ୧୦ମୀ । ଘାତ ଚନ୍ଦ୍ର- ଦିବା ୦୧.୨୨ ଗତେ କର୍କଟ ଓ ମକର ରାଶିର ଘାତ ବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Libra

ତୁଳା

Monday 06 Nov 2023

ଚିତ୍ରା- କୌଣସି ନୂତନ ଯୋଜନା କରିବା ପାଇଁ ମନ ବଳାଇପାରନ୍ତି । ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ଯୋଗଦେବାର ସୁଯୋଗ ପାଇବେ ।

ସ୍ୱାତୀ- ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢିଯିବ ।

ବିଶାଖା- ରାଜehତିରେ କିଛି ବିଶେଷ କଥା ଆଲୋଚନା କରିବେ । କୋର୍ଟ ମାମଲାରେ ଲାଭ ହେବ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :