• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Nov 2023: ଏହି ରାଶିର ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଧନ ପାଇପାରନ୍ତି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ତିଥି- ୯ମୀ ନିଶାନ୍ତ ୦୫.୫୧ ଗତେ ୧୦ମୀ । ଘାତ ଚନ୍ଦ୍ର- ଦିବା ୦୧.୨୨ ଗତେ କର୍କଟ ଓ ମକର ରାଶିର ଘାତ ବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Taurus

ବୃଷ

Monday 06 Nov 2023

କୃତିକା- ନିଜର ସ୍ୱାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିବେ । ବାଣିଜ୍ୟ, ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ । ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ ।

ରୋହିଣୀ- ସମସ୍ୟା ସମାଧାନ କରିବାରେ ସଫଳ ହେବେ । ବନ୍ଧୁମିଳନ ସାଙ୍ଗକୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦେବ ଦର୍ଶନ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇବେ ।

ମୃଗଶିରା- ଅଚାନକ ଭାବରେ ବନ୍ଧୁଙ୍କ ଆମନ୍ତ୍ରଣ ପାଇ ଯାତ୍ରା କରିପାରନ୍ତି । ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଂଗୀତ ଆସରରେ ଯୋଗଦେବାର ସୁଯୋଗ ପାଇବେ ।

ପ୍ରତିକାର- ମା’ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :