ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି - ୫ମୀ ପ୍ରାତଃ ୦୭.୧୦ ଗତେ ୬ଷ୍ଠୀ (କ୍ଷୟ) ନିଶାନ୍ତ ୦୫.୨୦ ଗତେ ୭ମୀ ।ଘାତ ଚନ୍ଦ୍ର- ଧନୁ ରାତ୍ରି୦୧.୪୪ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୧ ପାଦ । କୃଷିହାନୀ- ଭୂମିଦାନ ନିଶାନ୍ତ ୦୫.୨୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ମଘା- ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧୀ ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ ।
ପୂ- ଫାଲ୍ଗୁନୀ- ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ୍ ହେବାର ସମ୍ଭାବନା ଅଛି । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ ।
ଉ- ଫାଲ୍ଗୁନୀ- ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ୱାରା ପଢାରେ ଆଗେଇବେ । କୁଟୁମ୍ବ ବାଦବିବାଦ ଦୂରେଇ ଯିବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ ।
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧