ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି - ୫ମୀ ପ୍ରାତଃ ୦୭.୧୦ ଗତେ ୬ଷ୍ଠୀ (କ୍ଷୟ) ନିଶାନ୍ତ ୦୫.୨୦ ଗତେ ୭ମୀ ।ଘାତ ଚନ୍ଦ୍ର- ଧନୁ ରାତ୍ରି୦୧.୪୪ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୧ ପାଦ । କୃଷିହାନୀ- ଭୂମିଦାନ ନିଶାନ୍ତ ୦୫.୨୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଉ, ଷାଢା- ଧନ ପ୍ରାପ୍ତିର ଯୋଗ ଓ ବ୍ୟବସାୟରେ ଉନ୍ନତି ରହିବ । ସାମୟିକ ଦେହପିଡା, ଓ ବନ୍ଧୁ ବିୟୋଗ ଦେଖାଦେବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଓ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହଇରାଣ ହୋଇପାରନ୍ତି ।
ଶ୍ରବଣା- ଆର୍ଥିକ ଲାଭ ତଥା ଭୂମି, ସୁନା ଆଦି ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ । ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ ।
ଧନିଷ୍ଠା- ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ । ଚାକିରି କ୍ଷେତ୍ରରେ କୁଚକ୍ରାନ୍ତ ବଶବର୍ତ୍ତୀ ହୋଇ କ୍ଷୋଭ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।
ପ୍ରତିକାର- ମା’ ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮