ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ।ଚନ୍ଦ୍ର- ମୀନ ଅହୋରାତ୍ର ତିଥ- ୧୨ଶୀ ସନ୍ଧ୍ୟା ୦୫.୪୨ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୪୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ମୃଗଶିରା- ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ କୌଣସି କାମ ଅଟକି ରହିବ ନାହିଁ । ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠା ହୋଇପାରେ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।
ଆଦ୍ରା- ଆପଣଙ୍କ ଲୋକପ୍ରିୟତା ପଡୋଶୀଙ୍କ ଈର୍ଷାପରାୟଣତାକୁ ବଢାଇପାରେ । କର୍ମ କ୍ଷେତ୍ରରେ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।
ପୁନର୍ବସୁ- ସତର୍କତା ଅଭାବରୁ କିମ୍ବା ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ । ଆନୁଷ୍ଠାନିକ କର୍ମ ସମ୍ପର୍କିତ ଆଲୋଚନାରେ ଟେନ୍ସନ କମିଯିବ ।
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫