ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ।ଚନ୍ଦ୍ର- ମୀନ ଅହୋରାତ୍ର ତିଥ- ୧୨ଶୀ ସନ୍ଧ୍ୟା ୦୫.୪୨ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୪୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ବିଶାଖା-ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ
ଅନୁରାଧା- ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ ।
ଜ୍ୟେଷ୍ଠା- ବ୍ୟକ୍ତି ଗତ ଜୀବନରେ ଅନ୍ୟ ବ୍ୟକ୍ତି ହସ୍ତକ୍ଷେପ ଦ୍ୱାରା ଆପଣ ବିରକ୍ତ ହୋଇପାରନ୍ତି । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍ରେ ହୋଇଯିବ । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ ।
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯