• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th May 2024: ଆଜି ଏହି ରାଶିର ବ୍ୟକ୍ତି ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ।ଚନ୍ଦ୍ର- ମୀନ ଅହୋରାତ୍ର ତିଥ- ୧୨ଶୀ ସନ୍ଧ୍ୟା ୦୫.୪୨ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୪୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

Pisces

ମୀନ

Sunday 05 May 2024

ପୂ,ଭାଦ୍ରପଦ- ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ

ଉ,ଭାଦ୍ରପଦ- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।

ରେବତୀ- ଜମିଜମା ପାଇଁ ଅର୍ଥ ବ୍ୟୟ କରିପାରିବେ । ପ୍ରସାସନିକ କ୍ଷେତ୍ରରେ ସାହାର‌୍ୟ୍ୟ ପାଇବେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।

ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :