ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର। ଚନ୍ଦ୍ର – ମୀନ ଦିବା ୧୧.୪୮ ଗତେ ମେଷ,ତିଥି- ୯ମୀ ସନ୍ଧ୍ୟା ୦୬.୩୩ ଗତେ ୧୦ମୀ,ଘାତ ଚନ୍ଦ୍ର- ଧନୁ ଦିବା ୧୧.୪୮ ଗତେ ମେଷ,ଘାତ ବାର – ବୃଷ , ସିଂହ ଓ କନ୍ୟା ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ
ମୂଳା – ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବନ୍ଧୁଙ୍କ ପରାମର୍ଶରେ କିଛି ନୂତନ କାମ ଆରମ୍ଭ କରିବେ । ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ ।
ପୂ , ଷାଢା – ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । କାର୍ୟ୍ୟ କ୍ଷେତ୍ରରେ ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ରାଜନିତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ଉ , ଷାଢା – ମାଲିମକଦମା ସମସ୍ୟାର ସମାଧାନ କରିବେ । ମହିଳା ମାନଙ୍କୁ ସମ୍ମାନ ଦେବେ । ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ । ଶତୃ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ ।
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩