ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର। ଚନ୍ଦ୍ର – ମୀନ ଦିବା ୧୧.୪୮ ଗତେ ମେଷ,ତିଥି- ୯ମୀ ସନ୍ଧ୍ୟା ୦୬.୩୩ ଗତେ ୧୦ମୀ,ଘାତ ଚନ୍ଦ୍ର- ଧନୁ ଦିବା ୧୧.୪୮ ଗତେ ମେଷ,ଘାତ ବାର – ବୃଷ , ସିଂହ ଓ କନ୍ୟା ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ
ପୁନର୍ବସୁ – ଦେହ ଖରାପରୁ ଉପଶମ ମିଳିବ । ପାରିବାରିକ ଜୀବନରେ ଅବହେଳା ପ୍ରଦର୍ଶନ କରିବେ । ଆର୍ଥୀକ ପରିସି୍ଥତି ଖରାପ ହେବ । କାମଧନ୍ଦାରେ ଉନ୍ନତି ହେବ । ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ । ପାରିବାରିକ ଜୀବନ ଶାନ୍ତିମୟ ହେବ । ଅଫିସ୍ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ ।
ପୁଷ୍ୟା – ରାଜନିତିରେ ନିଜକୁ ଦୃଢ ରଖେôବ । କର୍ମ କ୍ଷେତ୍ରରେ ବୁଦ୍ଧି ପୟୋଗ କରି କାର୍ୟ୍ୟ ହାସଲ କରିବେ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । କୈାଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ । କୈାଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । କାହାର ପ୍ରରୋଚନାରେ ପଡନ୍ତୁ ନାହିଁ ।
ଅଶ୍ଳେଷା - କୋର୍ଟର ତାରିଖ ସ୍ଥିର ଧାର୍ଯ୍ୟ ହେବ । ମହିଳା ମାନେ କର୍ମତତ୍ପର ରହିବେ । ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨