• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2022: ଏହି ରାଶିର ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୭ମୀ ସନ୍ଧ୍ୟା ୦୭.୧୭ ଗତେ ୮ମୀ,ଘାତ ଚନ୍ଦ୍ର- ଧନୁ(ଅହୋରାତ୍ର),ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୧୧.୪୫ ଗତେ ୧ପାଦ

Libra

ତୁଳା

Thursday 29 Dec 2022

ଚିତ୍ରା – ମାଆଙ୍କର ସ୍ୱାସ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ । କୈାଣସି କାର‌୍ୟ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର‌୍ୟ୍ୟ ହାସଲ କରିନେବେ ।

ସ୍ୱାତୀ – ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତନ ହୋଇପାରେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ଦୁର୍ବଳ ହେବେ ।ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବାଣିଜ୍ୟ କାରବାରରେ ଉତ୍ସାହଉଦ୍ଦିପନା ଯୁକ୍ତ ହେବ

ବିଶାଖା – ପୈତୃକ ସମ୍ପତିର ସମସ୍ୟା ସମାଧାନ ହେବ । ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁ ମନ ଉଦାସ ରହିବ । ସହକର୍ମୀଙ୍କ ଅସଂଯତ କାର‌୍ୟ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ । ମହିଳା ମାନଙ୍କୁ ଭ୍ରମଣ ସୁଯୋଗ ଜୁଟିବ । ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ

ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :