• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2022: ଏହି ରାଶିର ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୭ମୀ ସନ୍ଧ୍ୟା ୦୭.୧୭ ଗତେ ୮ମୀ,ଘାତ ଚନ୍ଦ୍ର- ଧନୁ(ଅହୋରାତ୍ର),ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୧୧.୪୫ ଗତେ ୧ପାଦ

Scorpio

ବିଛା

Thursday 29 Dec 2022

ବିଶାଖା – ସ୍ୱାସ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର‌୍ୟ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

ଅନୁରାଧା – ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ ।

ଜ୍ୟେଷ୍ଠା – ଜାଗା, ଜମି ଆଦି କ୍ରୟ କରିବେ । କ୍ରୀଡା ପ୍ରତି ଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ । ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ

ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :