• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2022: ଏହି ରାଶିର ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୭ମୀ ସନ୍ଧ୍ୟା ୦୭.୧୭ ଗତେ ୮ମୀ,ଘାତ ଚନ୍ଦ୍ର- ଧନୁ(ଅହୋରାତ୍ର),ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୧୧.୪୫ ଗତେ ୧ପାଦ

Virgo

କନ୍ୟା

Thursday 29 Dec 2022

ଉ , ଫାଲଗୁନୀ – ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ମାଙ୍ଗଳିକ କାର‌୍ୟ୍ୟର ଆୟୋଜନ କରି ପାରିବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।

ହସ୍ତା – ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବ । ବ୍ୟବସାୟୀମାନେ ବିଶେଷ ଲାଭବାନ୍ ହେବେ । ସାମାଜିକ କାର‌୍ୟ୍ୟରେ ଭାଗନେଇ ଗଠନ ମୂଳକ କାର‌୍ୟ୍ୟପାଇଁ ପ୍ରସ୍ତୁତି ଆରମ୍ଭ କରିବେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।

ଚିତ୍ରା – କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ମହିଳା ମାନେ ଅଧିକ କାର୍ଯ୍ୟକରି ପ୍ରଂଶସିତ ହେବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ନିଜର କାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :