• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th February 2023: ଆଜି ଏହି ରାଶିର ବ୍ୟକ୍ତି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର – ବୃଷ ରାତ୍ରି ୦୮.୩୨ ଗତେ ମିଥୁନ, ତିଥି – ୯ମୀ ରାତ୍ରି ୦୪.୧୯ ଗତେ ୧୦ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୮.୩୨ ଗତେ କନ୍ୟା ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

Aquarius

କୁମ୍ଭ

Tuesday 28 Feb 2023

ଧନିଷ୍ଠା- ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇ ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।

ଶତଭିଷା- ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ ।। ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ ।

ପୂ, ଭାଦ୍ରପଦ- ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :