ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬ ତାରିଖ, ଗୁରୁବାର, ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ
ମଘା – ସ୍ୱାସ୍ଥ୍ୟକ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ
ପୂ , ଫାଲଗୁନୀ - ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଉ ,ଫାଲଗୁନୀ – ନିଜର ଚତୁରତା ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । କ୍ରୀଡ଼ା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତରେ ଉତ୍ସାହିତ ହେବେ ।
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧