ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬ ତାରିଖ, ଗୁରୁବାର, ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ
ଚିତ୍ରା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ।
ସ୍ୱାତୀ – ଛାତ୍ରଛାତ୍ରୀମାନେ ପଢାରେ ଭଲ ସଫଳତା ଆଣିବେ । କର୍ମକ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।
ବିଶାଖା – କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬