• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th June 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ପ୍ରଚୁର ଧନଲାଭ ହୋଇପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୪.୫୧ ଗତେ କନ୍ୟା । ତିଥି- ୭ମୀ ରାତ୍ରି ୧୨.୨୫ ଗତେ ୮ମୀ । ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୫୧ ଗତେ ବୃଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ । କୃଷି ଓ ପଶୁହାନି- ଭୂମି- ଅନ୍ନଦାନ ଦିବା ୧୦.୧୦ ଗତେ ୩ ପାଦ ।

Libra

ତୁଳା

Sunday 25 Jun 2023

ଚିତ୍ରା- ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟ ଆଦି ବିଭିନ୍ନ ସଂସ୍ଥାରୁ ଧନର ଆଗମନ ହେବ । ଅନ୍ୟ ମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ । ମାନସିକ ଏକାଗ୍ରତା ରଖି ପାରିବେ ନାହିଁ ।

ସ୍ୱାତୀ- ପୁରୁଣା ନେତା ବା ଦଳର ମୁଖ୍ୟଙ୍କ ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ । ଶିକ୍ଷାକ୍ଷେତ୍ରରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିବେ ।

ବିଶାଖା- ଶତ୍ରୁକୁ ଶରଣାଗତ କରାଇପାରନ୍ତି । ମହିଳାମାନେ ଉଦାର ସ୍ୱଭାବ ରହିବେ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ କଟିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବେ ।

ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :