ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୪.୫୧ ଗତେ କନ୍ୟା । ତିଥି- ୭ମୀ ରାତ୍ରି ୧୨.୨୫ ଗତେ ୮ମୀ । ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୫୧ ଗତେ ବୃଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ । କୃଷି ଓ ପଶୁହାନି- ଭୂମି- ଅନ୍ନଦାନ ଦିବା ୧୦.୧୦ ଗତେ ୩ ପାଦ ।
ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଶିଳ୍ପ , ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ପାରିବାରିକ କ୍ଷେତ୍ରରେ ବୁଝାବଣା ଠିକ୍ ରହିବ ।
ଦ୍ୱିଜା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବେ। ବିଦ୍ୟାର୍ଥୀମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
କୃତିକା- ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ମହିଳାମାନେ ଭ୍ରମଣର ସୁଯୋଗ ପାଇବେ । ନୂତନ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହୋଇପାରେ । ବନ୍ଧୁଙ୍କ ସହିତ ଦୂରଯାତ୍ରା କରି ପାରନ୍ତି ।
ପ୍ରତିକାର - ମା’ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯