ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୪.୫୧ ଗତେ କନ୍ୟା । ତିଥି- ୭ମୀ ରାତ୍ରି ୧୨.୨୫ ଗତେ ୮ମୀ । ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୫୧ ଗତେ ବୃଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ । କୃଷି ଓ ପଶୁହାନି- ଭୂମି- ଅନ୍ନଦାନ ଦିବା ୧୦.୧୦ ଗତେ ୩ ପାଦ ।
ପୁନର୍ବସୁ- ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । ସାମାଜିକ ଗଣ ମାଧ୍ୟମରେ ଦୀର୍ଘଦୀନ ଧରି ରହିବେ ।
ପୁଷ୍ୟା- ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠାଇବେ । କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ ।
ଅଶ୍ଳେଷା- ମହିଳା ମାନେ ଆନନ୍ଦମୟ ମୁହୂର୍ତ୍ତ କାଟିବେ । ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ ।
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨