• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th June 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ପ୍ରଚୁର ଧନଲାଭ ହୋଇପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୪.୫୧ ଗତେ କନ୍ୟା । ତିଥି- ୭ମୀ ରାତ୍ରି ୧୨.୨୫ ଗତେ ୮ମୀ । ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୫୧ ଗତେ ବୃଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ । କୃଷି ଓ ପଶୁହାନି- ଭୂମି- ଅନ୍ନଦାନ ଦିବା ୧୦.୧୦ ଗତେ ୩ ପାଦ ।

Scorpio

ବିଛା

Sunday 25 Jun 2023

ବିଶାଖା– ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।

ଅନୁରାଧା- ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବେ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଅର୍ଥ ସମ୍ପର୍କୀତ ଚୁକ୍ତିପତ୍ର କଲେ ଲାଭ ପାଇବେ ।

ଜ୍ୟୋଷ୍ଠା- ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ମହିଳାମାନେ ମାନସିକ ଶାନ୍ତି ପାଇବେ । ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁ ମନ ଉଦାସ ରହିବ ।

ପ୍ରତିକାର- ମା’ ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :