ସୌର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର ଚନ୍ଦ୍ର- ମୀନ ଦିବା ୦୪.୦୦ ଗତେ ମେଷ ତିଥି- ୧୨ଶୀ ସନ୍ଧ୍ୟା ୦୭.୦୭ ଗତେ ୧୩ଶୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୦୪.୦୦ ଗତେ ମେଷ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୭.୦୭ ପର୍ଯ୍ୟନ୍ତ
ବିଶାଖା-ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନ ସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ । ଅନ୍ୟକାମରେ ନିଜର ମତ ଦେବାରୁ ନିବୃତ ରୁହନ୍ତୁ ।
ଅନୁରାଧା- ଉପଯୁକ୍ତ ସମୟରେ ଆଶା କରୁଥିବା ଦିଗରୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବାକି ପଡିଥିବା ପଇସା ପାଇବା ପାଇଁ ଚାପ ପ୍ରୟୋଗ କରିବେ । ଛାତ୍ରଛାତ୍ରି ମାନେ ସଫଳତା ହାସଲ କରିବେ ।
ଜ୍ୟେଷ୍ଠା- ନିଜ ପାଇଁ କିଛି ବାସୋପଯୋଗୀ ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯