• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଆକସ୍ମିକ ଧନ ଲାଭ ହୋଇପାରେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ।ଚନ୍ଦ୍ର – ଧନୁ ରାତ୍ରି ୦୩.୩୦ ଗତେ ମକର,ତିଥି- ପ୍ରତିପଦ ଦିବା ୧୨.୦୬ ଗତେ ୨ୟା,ଘାତ ଚନ୍ଦ୍ର-,ତୁଳା ଓ କୁମ୍ଭ ରାତ୍ରି ୦୩.୩୦ ଗତେ ସିଂହ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ - କୃଷିିହାନି- ଭୂମିଦାନ ଦିବା ୧୨.୦୬ ଗତେ ୨ପାଦ ।

Sagittarius

ଧନୁ

Saturday 24 Dec 2022

ମୂଳା – ପୁରୁଣା ସାଙ୍ଗ ମାନଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । କୈାଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି । ସନ୍ତାନ ସନ୍ତତିଙ୍କର ଶୁଭ ସମ୍ବାଦ ଶୁଣିବେ । ଅବିବାହିତ ଯୁବକ,ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ ।

ପୂ , ଷାଢା – ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । ରାଜନୈତିକ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ଭଲ ପ୍ରଦର୍ଶନ କରିବେ । ଉଦାସିନତା ଓ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଜୀବନ ସାଥୀଙ୍କ ସହ ବୁଝାବଣା ଠିକ୍ ରହିବ ।

ଉ , ଷାଢା – କୈାଣସି ସାମାଜିକ କାର୍ଯ୍ୟରେ ଜଡିତ ରହିବେ । ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହି ହେବେ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :