ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଚନ୍ଦ୍ର- ଧନୁ ରାତ୍ରି ୦୧. ୩୭ ଗତେ ମକର ତିଥି – ୭ମୀ ରାତି ୦୯.୫୩ ଗତେ ୮ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୧.୩୭ ଗତେ ସିଂହ ରାଶିର ଘାତ ବାର – ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନ ଦାନ ରାତ୍ରି ୦୭.୫୩ ଗତେ ୩ ପାଦ କୃଷି, ପଶୁ ଓ ବଂଶ ହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୫୩ ଗତେ ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ
ଅଶ୍ୱନୀ – ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଶିକ୍ଷାକ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ଦ୍ୱିଜା – ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ ।
କୃତିକା – ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । କଳାକାରଙ୍କୁ ଭଲ ସୁଯୋଗ ମିଳିବ । ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯