Advertisment

Nepali Student Death At KIIT: ଆଜି କିଟ୍‌ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଝିଅର ମୃତଦେହ ଚିହ୍ନିଲେ ବାପାମା’

କିଟ୍‌ ବିଶ୍ୱବିଦ୍ୟାଳୟରେ ମୃତ ଆଉ ଜଣେ ନେପାଳୀ ଛାତ୍ରୀ ପ୍ରୀସାଙ୍କ ଆଜି ଶବ ବ୍ୟବଚ୍ଛେଦ । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ ବାପାମାଆ ।

author-image
Namita Biswal
Nepali Student Death

Nepali Student Death

କିଟ୍‌ ବିଶ୍ୱବିଦ୍ୟାଳୟରେ ମୃତ୍ୟୁ ହୋଇଥିବା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ୱର ଏମ୍ସରେ ରହିଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । କିଭଳି ସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ଆହୁରି ସହାୟକ ହୋଇପାରିବ । 

Advertisment

ଅଧିକ ପଢ଼ନ୍ତୁ: କିଟ୍‌ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ କଲେ NHRC

ଅନ୍ୟପଟେ ଏହି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି । ସେହିପରି ଗତକାଲି ନେପାଳ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି ଘଟଣାରେ ଗଭୀର ଉଦବେଗ୍ ପ୍ରକାଶ କରିଥିଲେ । ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି । କାହିଁକି ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା, ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉ । ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ । ଭାରତ ସରକାର, ଓଡ଼ିଶା ସରକାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କିଟ୍‌ ପରିସରରେ ଥିବା ଏକ ହଷ୍ଟେଲରୁ ନେପାଳୀ ଛାତ୍ରୀ ପ୍ରୀସାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ପୂର୍ବରୁ ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁକୁ ୩ ମାସ ନପୁରୁଣୁ ପୁଣିଥରେ ଆଉ ଜଣେ ଛାତ୍ରୀଙ୍କ ସମାନ ଭାବେ ମୃତ୍ୟୁ ହେବା ଘଟଣା ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ ।  

ଆସନ୍ତା ୯ ତାରିଖ ସୁଦ୍ଧା ଏହି ଘଟଣାର ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍

KIIT Student Death KIIT University
Advertisment
Advertisment