/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746240231.jpg)
KIIT Student Death
ଅଢ଼େଇ ମାସର ବ୍ୟବଧାନରେ କିଟ୍ ବିଶ୍ୱବିଦ୍ୟାଳରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନୋଟିସ୍ରେ ନିର୍ଦ୍ଦେଶ ଦେଇଛନ୍ତି NHRC । ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ରିପୋର୍ଟରେ ଏତଲା ଓ ପୋଷ୍ଟମର୍ଟମ୍ କପି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି । ୩ ମାସ ଭିତରେ କିଟରେ ୨ ଜଣ ଛାତ୍ରୀ ମୃତ୍ୟୁ ଘଟଣାକୁ ଘୋର ଉଦ୍ବେଗଜନକ ବୋଲି ଦର୍ଶାଇଛନ୍ତି କମିଶନ୍ । ଏହା ପୂର୍ବରୁ ମଧ୍ୟ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ସହ ଛାତ୍ରୀ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଥିଲେ ।
ଅଧିକ ପଢ଼ନ୍ତୁ: କିଟ୍ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍
ଅନ୍ୟପଟେ ଆଜି ମୃତ ନେପାଳୀ ଛାତ୍ରୀଙ୍କ ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ଆହୁରି ସହାୟକ ହୋଇପାରିବ ।
ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)