ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ
ପୂ, ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିକୁ ଅନ୍ୟମାନେ ସ୍ୱାଗତ କରିବେ । ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ନିଶ୍ଚିତ ଉପକୃତ ହେବେ । ଜୀବନ ଶୈଳୀରେ ସାବଧାନତା ରହିଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।
ଉ, ଭାଦ୍ରପଦ- ଅଂଶୀଦାର ବ୍ୟବସାୟୀଙ୍କ ସହ ମାନମନାନ୍ତର ଦେଖା ଦେଇପାରେ । ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇବେ ।
ରେବତୀ- ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି। ଶତୃମାନେ ପରାଜିତ ହେବେ । କୈାଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୌର ବର୍ଣ୍ଣର ବ୍ରାହ୍ନଣଙ୍କର ସେବା କରନ୍ତୁ