• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th August 2023: ଖୁସି ଖବର ! ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍‌ ଭଲ ଦିନ.. ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତି ସ୍ୱଚ୍ଛଳ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ

Capricorn

ମକର

Friday 18 Aug 2023

ଉ, ଷାଢା- ସ୍ୱାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ। ଆଜି ଆପଣଙ୍କ ସକାଶେ କୌଣସି କାମ ଅସାଧ୍ୟ ରହିବ ନାହିଁ । ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି ।

ଶ୍ରବଣା- ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଛାତ୍ରଛାତ୍ରୀ ମାନେ ପଢାପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷା ହାସଲ କରିବେ ।

ଧନିଷ୍ଠା- ଅସାବଧାନତାରୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ସଭାସମିତି, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। କୌଣସି ଧର୍ମାନୁଷ୍ଠାନରେ ମୁଖିଆ ଭାବରେ ଦାୟିତ୍ୱ ତୁଲାଇ ପାରନ୍ତି ।

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର-କଳା ରାଶି ଗୁଣ୍ଡ ପିମ୍ପୁଡି ଗାତ ନିକଟରେ ପକାନ୍ତୁ