ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ
ବିଶାଖା- ବୃଥା ସନ୍ଦେହ ଓ ଭୁଲ୍ ବୁଝାମଣା ଜନିତ ପରିବାର ମଧ୍ୟରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ଅନୁରାଧା- ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟ ମାନଙ୍କ ବେଖାତିର ମନୋଭାବ ଦୁଃଶ୍ଚିନ୍ତାକୁ ବଢାଇପାରେ । ରାଜନୈତିକ ସଭାସମିତିରେ ଯୋଗଦେଇ ପାରନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବ୍ୟାଘାତ ଘଟିପାରେ।
ଜ୍ୟୋଷ୍ଠା- ପୁତ୍ର କନ୍ୟାଙ୍କ ହେତୁ ସମସ୍ୟା ଲାଗି ରହିବ। ଅନ୍ୟ ମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବା ଉଚିତ୍ । ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- କୌଣସି ଲାଲ୍ ରଙ୍ଗର ଗାଇକୁ ଛୁଇଁ ପ୍ରଣାମ କରନ୍ତୁ