Advertisment

China Offer Support to Pakistan: ପୁଣି ଥରେ ଆତଙ୍କବାଦ ସମର୍ଥନରେ ଚୀନ, ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଘୋଷଣା

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଚୀନ୍ ତାର ପାରମ୍ପାରିକ ବନ୍ଧୁ ପାକିସ୍ତାନ ସହ ଛିଡ଼ା ହେବ ବୋଲି ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଗତକାଲି ଘୋଷଣା କରିଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
china

china

ଭାରତ-ପାକିସ୍ତାନ ଲଢେଇ ଭିତରେ ଶତ୍ରୁ ଦେଶକୁ ସାଥ ଦେଲା ଚୀନ୍। ପୁଣି ଥରେ ଆତଙ୍କବାଦ ପ୍ରତି ସମର୍ଥନ ଜାହିର କରିଛି ଡ୍ରାଗନ। ଚୀନ୍ ତାର ପାରମ୍ପାରିକ ବନ୍ଧୁ, ପାକିସ୍ତାନ ସହ ଛିଡ଼ା ହେବ ବୋଲି ଘୋଷଣା କରିଛି। ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୱି ଗତକାଲି ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇସାକ ଡରଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ବର୍ତ୍ତମାନ ସମୟରେ ପାକିସ୍ତାନ ତାର ସ୍ବାର୍ଥ ରକ୍ଷା ପାଇଁ ନେଇଥିବା ପଦକ୍ଷେପକୁ ପ୍ରଂଶସା କରି ଚୀନ୍, ପାକିସ୍ତାନ ସହ ଛିଡ଼ା ହୋଇଥିବା କହିଥିଲେ। ଏପଟେ ଏହାର କିଛି ସମୟ ପରେ ଚୀନ୍ ବିଦେଶ ମନ୍ତ୍ରୀ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା NSA ଅଜିତ ଡୋଭାଲଙ୍କ ସହ ମଧ୍ୟ ଫୋନ୍ ଯୋଗେ ଆଲୋଚନା କରିଥିଲେ। ବର୍ତ୍ତମାନର ଉତ୍ତେଜନାମୂଳକ ପରିସ୍ଥିତିରେ ଉଭୟ ଭାରତ ଓ ପାକିସ୍ତାନ ସଂଯମତାର ସହ ଆଲୋଚନା ମାଧ୍ୟମରେ ଯୁଦ୍ଧ ବିରତିକୁ ନିରନ୍ତର ରଖିବାକୁ ସେ ଡୋଭାଲଙ୍କୁ ପରାମର୍ଶ ଦେଇଥିଲେ। ``ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନମାନେ ଗୁରୁତର ଆହତ ହୋଇଥିଲେ ଏବଂ ଭାରତକୁ ଆତଙ୍କବାଦ ବିରୋଧୀ ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ଯୁଦ୍ଧ ଭାରତର ପସନ୍ଦ ନଥିଲା ଏବଂ ଏହା କୌଣସି ଦଳର ସ୍ୱାର୍ଥରେ ନଥିଲା’’ ‍ବୋଲି ଏନଏସଏ ଅଜିତ ଡୋଭାଲ କହିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ‍ବେଳେ ଚୀନ୍, ତୁର୍କୀ ଏବଂ ଆଜରବାଇଜାନ ପାକିସ୍ତାନକୁ ଦୃଢ଼ ସମର୍ଥନ କରିଛନ୍ତି ଏବଂ ଇସଲାମାବାଦ ସହିତ ସେମାନଙ୍କର ରଣନୈତିକ ଭାଗିଦାରୀକୁ ଦୋହରାଇଛନ୍ତି। ସୂଚନାଯୋଗ୍ୟ ଗତକାଲି ଆମେରିକାର ମଧ୍ୟସ୍ଥତା ପରେ ସନ୍ଧ୍ୟା ୫ଟାରୁ ତୁରନ୍ତ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ସହମତି ହୋଇଥିଲେ ବୋଲି ଘୋଷଣା ହୋଇଥିଲା। ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଥିଲା। ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିବା କଥା ସ୍ପଷ୍ଟ କରିଥିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।

ଅଧିକ ପଢ଼ନ୍ତୁ: ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

Operation Sindoor Ceasefire Violation India Pakistan War
Advertisment
Advertisment