Advertisment

Ceasefire Violation by Pakistan: ସୀମାନ୍ତ ରାଜ୍ୟରେ ଫେରୁଛି ଶାନ୍ତି

ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ନିଷ୍ପତ୍ତି ପରେ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ବାରମ୍ବାର ଗୁଳି ବର୍ଷଣ ଓ ଡ୍ରେ।ନ ଆକ୍ରମଣ କରିଥିଲା। ତେବେ ରାତିରେ ଆଉ ପାକିସ୍ତାନ ପଟୁ ଗୁଳିବର୍ଷଣ ହେ।ଇନାହିଁ କିମ୍ବା ଅସ୍ତ୍ରବିରତି ଉଲ୍ଲଂଘନ କରିନାହିଁ ପାକିସ୍ତାନ।

author-image
Otv Khabar Bureau
ଅଦ୍ୟତନ ହୋଇଛି
pakistan

pakistan

ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ନିଷ୍ପତ୍ତି ପରେ ରାତିରେ ପୁଣି ପାକିସ୍ତାନଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ବାରମ୍ବାର ଗୁଳି ବର୍ଷଣ ଓ ଡ୍ରେ।ନ ଆକ୍ରମଣ କରିଥିଲା। ତେବେ ରାତିରେ ଆଉ ପାକିସ୍ତାନ ପଟୁ ଗୁଳିବର୍ଷଣ ହେ।ଇନାହିଁ କିମ୍ବା ଅସ୍ତ୍ରବିରତି ଉଲ୍ଲଂଘନ କରିନାହିଁ ପାକିସ୍ତାନ। ଯୁଦ୍ଧ ବନ୍ଦ ପରେ ଜମ୍ମୁରେ ଫେରିଛି ସ୍ବାଭାବିକ ଅବସ୍ଥା। କିନ୍ତୁ ଜମ୍ମୁରେ ଲେ।କମାନଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପଞ୍ଜାବର କେତେକ ସ୍ଥାନରେ ବ୍ଲାକ ଆଉଟ ସରିବା ସହ ଭାରତୀୟ ସେନା ସମ୍ପୂର୍ଣ୍ଣ ଆଲର୍ଟ ରହିଛି। ଆତଙ୍କବାଦୀ ଆକ୍ରମଣ ନେଇ ଜମ୍ମୁ-କାଶ୍ମୀରର ସେ।ଫିଆନ, କୁଲଗାମ ସମେତ ଅନେକ ସ୍ଥାନରେ ଛାନଭିନ କରୁଛି ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି (ଏସଆଇଏ)।

Advertisment

ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ

ଗତ କାଲି ପ୍ରଥମେ ଶ୍ରୀନଗର ଆକାଶରେ ହିଁ ଦେଖା ଯାଇଥିଲା ପାକିସ୍ତାନୀ ଡ୍ରୋନ୍। ଶ୍ରୀନଗରରେ ଶତାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ସେପଟେ ପାକିସ୍ତାନ ସୀମା ଆରପଟୁ ଆସୁଥିବା ମାଳ ମାଳ ଡ୍ରୋନ୍ ମାରି ଖସାଇଥିଲା ଭାରତ। ଶ୍ରୀନଗରରେ ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଶ୍ରୀନଗର ଲାଲଚୌକ ଉପରେ ବି ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତିର ମାତ୍ର ୩ ଘଣ୍ଟା ମଧ୍ୟରେ ଉଲ୍ଲଙ୍ଘନର କରିଥିଲା ପାକିସ୍ତାନ। LoCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଡ୍ରୋନ୍ ଯୋଗେ ହମଲା ସହ ଗୁଳିବର୍ଷଣ କରିଥିଲା। ଜମ୍ମୁ ସେକ୍ଟରର ମଧ୍ୟ ଏକାଧିକ ସ୍ଥାନରେ ଗୁଳିମାଡ଼ ସାଙ୍ଗକୁ ପାକିସ୍ତାନୀ ଡ୍ରୋନ୍ ଉଡିଥିଲା।

ଅଧିକ ପଢ଼ନ୍ତୁ: ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

Ceasefire Violation India Pakistan War Indian Military Operation Sindoor
Advertisment
Advertisment