/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746928864.jpg)
Indian railway
ଯାତ୍ରୀଙ୍କଠାରୁ ସାମଗ୍ରୀର ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇଥିବାରୁ ଜଣେ ଭେଣ୍ଡରଙ୍କୁ କାର୍ଯ୍ୟରୁ ହଟାଇ ଦେଇଛି ରେଳବାଇ । ଜଣେ ବ୍ଲଗର ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବା ପରେ ରେଳବାଇର ଭାବମୂର୍ତି ଖରାପ କରିବାକୁ ଚେଷ୍ଟା କରିବା ଅଭିଯୋଗରେ କର୍ମଚାରୀଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି । ହେମକୁଂଟ ଏକ୍ସପ୍ରେସରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଭେଣ୍ଡର ଜଣକ ହେଉଛନ୍ତି ପୱନ କୁମାର । ଖାଦ୍ୟ ଓ ପାଣି ପାଇଁ କିପରି ଭେଣ୍ଡର ଜଣକ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦର ନେଉଥିଲେ ବିଶାଳ ଶର୍ମା ନାମକ ଜଣେ ବ୍ଲଗର ସେ ବିଷୟରେ ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ସେ ରେଳ କର୍ମଚାରୀଙ୍କୁ ୧୫ ଟଙ୍କିଆ ପାଣି ବୋତଲ ପାଇଁ କିପରି ୨୦ ଟଙ୍କା ଏବଂ କଫି ଓ ନୁଡୁଲ୍ସ ପାଇଁ ମଧ୍ୟ ଅତ୍ୟାଧିକ ଟଙ୍କା ମାଗୁଥିଲେ, ସେ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ଭିଡିଓରେ କଏଦ କରିଥିଲେ ।
ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…
ରେଳ ମଦଦ ଆପରେ ଏହି ବିଷୟରେ ଅଭିଯୋଗ କରିବା ପରେ ରେଳ କର୍ମଚାରୀମାନେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । କିଛି ଲୋକ ତାଙ୍କ ସାର୍ଟ ଭିଡିବାକୁ ଆରମ୍ଭ କରିଥିଲେ ଏବଂ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ଭିଡିଓ ରେକର୍ଡିଂ ହେବା ବନ୍ଦ ହୋଇଯାଇଥିଲା । କିନ୍ତୁ ପରେ ସେ ନିଜର ଆଘାତ ଲାଗିଥିବା ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଘଟଣାକୁ ନେଇ ସେ ରେଲୱେ ଅଧିକାରୀଙ୍କ ନିକଟରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୋସିଆଲ ମିଡିଆରେ ଭାରତୀୟ ରେଳବାଇରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସୋସିଆଲ ମିଡିଆରେ ମତପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟ ରେଳବାଇକୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଭାରତୀୟ ରେଳବାଇ ପାଂଚ ବର୍ଷ ପାଇଁ ସେହି ଭେଣ୍ଡରଙ୍କୁ କାର୍ଯ୍ୟରୁ ହଟାଇଥିବା କହିଛି । ରେଳ ସେବା ଏକ୍ସରେ କହିଛି ଯେ, ଉକ୍ତ ଭେଣ୍ଡରଙ୍କ କ୍ୟାଟରରଙ୍କୁ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)