• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆପଣମାନେ ଶୁଣିଥିବେ ଯେ, ପ୍ରାୟତଃ ଲୋକେ ନିଜ ଜୀବନରେ ଭିନ୍ନ ଭିନ୍ନ ଏକ୍ସପେରିମେଂଟ କରିଥାନ୍ତି । ଆଉ ନିଜ ଶରୀରକୁ ଫିଟ ରଖିବା ପାଇଁ ବିଭିନ୍ନ ପ୍ରକାର ଏକ୍ସରସାଇଜ କରିବା ସହ ନିଜ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତନ କରିଥାନ୍ତି । କେତେକ ନିଜର ସ୍ୱତନ୍ତ୍ର ଡାଏଟିସିଆନ ଆପୋଏଂଟମେଂଟ କରିଥାନ୍ତି । କିଛି ଲୋକେ ନ ଶୋଇ ଦୀର୍ଘ ସମୟ ଧରି ଚେଇଁ ରହିବା ଶୁଣିଥିବେ, ଯାହା କି ସେମାନଙ୍କର ଏକ ରୋଗ ମଧ୍ୟ । କିନ୍ତୁ କେବେ ଶୁଣିଛନ୍ତି କି, ନିଜ ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ ଦୀର୍ଘ ଦିନ ଧରି ନ ବସି, ନ ଶୋଇ କେବଳ ଠିଆ ହୋଇ ରହିବା?

ଅଧିକ ପଢ଼ନ୍ତୁ: ଆମିଷ ନା ନିରାମିଷ; କେଉଁ ଖାଦ୍ୟ ଠିକ୍; ଆପଣ କ’ଣ ଖାଇବେ…

ଆଜ୍ଞା ହଁ ଆମେ ଏପରି ଜଣେ ବ୍ୟକ୍ତିଙ୍କ କଥା କହୁଛୁ, ଯିଏ କି ଜଣେ ୟୁଟ୍ୟୁବର ଓ ସେ ୫ ଦିନ ଧରି ଠିଆ ହୋଇ ରହିଥିଲେ । ଯାହା ଦୀର୍ଘ କାଳୀନ ପାଇଁ ତାଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ସହ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ପରିବର୍ତନ ଆଣିଛି । ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ୟୁଟ୍ୟୁବର ଲୁକାସ ବଲ ନିଜ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତନ ଆଣିବା ପାଇଁ ୫ ଦିନ ଧରି ଲଗାତାର ଛିଡା ହୋଇ ରହିଥିଲେ । ବାଉଁଶରେ ଏକ ଷ୍ଟାଡିଂ ଡେସ୍କ ତିଆରି କରି ଦିନକୁ ୧୬ ଘଂଟା ଏବଂ ର୍ ଦିନ ଯାଏଁ ଛିଡା ହେବା ପାଇଁ ସ୍ଥିର କରିଥିଲେ । ସେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ଦିନକୁ ୩ରୁ ୪ ଘଂଟା ଛିଡା ହେବାକୁ ପରାମର୍ଶ ନେଇଥିଲେ । କିନ୍ତୁ ସେ ଏହି ସମୟଠାରୁ ଆହୁରି ଅଧିକ ସମୟ ଧରି ଛିଡା ହେବାକୁ ନିଷ୍ପତି ନେଇଥିଲେ । ସେ ୱାର୍କ ଫ୍ରମ ହୋମରେ ଥିବା ବେଳେ ତାଙ୍କୁ ସମୟ ବି ମିଳୁନଥିଲା । ସେ କାମ ଭିତରେ ନିଜକୁ ନିୟୋଜିତ ରଖୁଥିଲେ । ଏପରି ଦୁଇ ଦିନ ବିତିବା ବେଳେ ତିନି ଦିନ ବେଳକୁ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଶରୀରର ଆକାରରେ ମଧ୍ୟ ପରିବର୍ତନ ହେଉଥିବା ସେ ଲକ୍ଷ୍ୟ ରଖିଥିଲେ ।

ଅଧିକ ପଢ଼ନ୍ତୁ: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି

ତିନି ଦିନ ବେଳକୁ ତାଙ୍କ ଗୋଡରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥିଲା । ଏପରିକି ତାଙ୍କୁ ବାରମ୍ବାର ଭୋକ ଲାଗିନା ଆରମ୍ଭ ହୋଇଥିଲା । ତେଣୁ ସେ ପ୍ରାୟତଃ ଖାଦ୍ୟ ପ୍ରତି ଆସକ୍ତ ହେଉଥିଲେ । ପଂଚମ ଦିନ ବେଳକୁ ଆଉ ତାଙ୍କ ପକ୍ଷରେ ଛିଡା ହେବା ସମ୍ଭବ ନଥିଲା । ସେ ଛିଡା ହେବାରେ ମଧ୍ୟ ସକ୍ଷମ ନଥିଲେ । ତାଙ୍କୁ ଶୋଇବାରେ ଅସୁବିଧା ହେବା ସହ ଆଖିଜନିତ ସମସ୍ୟା ବାହାରିବା ଆରମ୍ଭ ହେଲା । ଏପରିକି ତାଙ୍କ ଶରୀରର ଗଠନ ଆକାରରେ ଅସୁବିଧା ହେଲା । କିନ୍ତୁ ତାଙ୍କ ମେରୁଦଣ୍ଡରେ ସାମାନ୍ୟ ପରିବର୍ତନ ହୋଇଥିଲା । ବଲ କହିଛନ୍ତି ଏତେ ଅସୁବିଧା ପରେ ବି, ତାଙ୍କ ପାଚନ ଶକ୍ତି ବଢିଛି । ଯେହେତୁ ତାଙ୍କୁ ସାମାନ୍ୟ ଫାଇଦା ମିଳିଛି, ସନ୍ତୁଳନ ରକ୍ଷା କରି ଏବେ ସେ ପ୍ରତ୍ୟେକ ଦିନ କିଛି ସମୟ ଛିଡା ହେବାକୁ ଯୋଜନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ଆପଣ ପାଟି ଖୋଲି ଶୋଉଛନ୍ତି କି… ହୋଇପାରେ ଏହି ୫ ସମସ୍ୟା