• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th August 2023: ଖୁସି ଖବର ! ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍‌ ଭଲ ଦିନ.. ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତି ସ୍ୱଚ୍ଛଳ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ

Libra

ତୁଳା

Friday 18 Aug 2023

ଚିତ୍ରା- କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ବ୍ୟବସାୟରେ ଅନେକ ସଫଳତା ପାଇବେ । 

ସ୍ୱାତୀ- ରାଜନୈତିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ପିଲାମାନଙ୍କର ଉନ୍ନତିରେ ଖୁସି ଅନୁଭବ କରିବେ ।

ବିଶାଖା- ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଆକସ୍ମିକ ସମସ୍ୟା ହେତୁ ବାତିଲ ହେବାର ଆଶଙ୍କା ଦେଖାଦେବ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବାଦରୁ ମୁକ୍ତି ମିଳିବ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ଗରିବ ଲୋକଙ୍କୁ ଦାନ କରନ୍ତୁ