ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ରାତ୍ରି ୧୦.୪୧ ଗତେ ବୃଷ , ତିଥ- ୫ମୀ ରାତ୍ରି ୧୧.୨୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୧୦.୪୧ ଗତେ ବିଛା ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ଦିବା ୦୪.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
କୃତିକା- ଶାରୀରିକ ଅବସ୍ଥାରେ ସନ୍ତୁଳନ ପାଇବେ । ଭଲ ପାଉଥିବା ଲୋକଙ୍କ ସହିତ ଆପଣ ସମୟ ବିତାଇବେ । ନିଜର ବନ୍ଧନକୁ ଦୃଢ଼ କରିବା ପାଇଁ ପ୍ରୟାସ କରିବେ । ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଫଳାଫଳ ଅନୁକୂଳ ହେବ
ରୋହିଣୀ- ବ୍ୟୟ ଅଧିକ ହେଲେ ବି ଆୟ ସଂଖ୍ୟା ବଢିପାରେ । କୈାଣସି କାର୍ଯ୍ୟରେ ବିଚଳିତ ହୁଅନ୍ତୁ ନାହିଁ । ରାଜନୀତିରେ ବିବାଦ ଦେଖାଦେଲେ ବି ପରେ ସମାଧାନ ହୋଇଯିବ ।
ମୃଗଶିରା- ସତକଥା କହିବାକୁ ଯାଇ ଅନ୍ୟ ଆଗରେ ଦୋଷି ହୋଇପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି ।
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬