ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ରାତ୍ରି ୧୦.୪୧ ଗତେ ବୃଷ , ତିଥ- ୫ମୀ ରାତ୍ରି ୧୧.୨୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୧୦.୪୧ ଗତେ ବିଛା ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ଦିବା ୦୪.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ମଘା- ପ୍ରେମ ସମ୍ପର୍କ ଭଲ ରହିବ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ମନ ଭଲ ରହିବ । କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ
ପୂ,ଫାଲଗୁନି- ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । କୈାଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ
ଉ,ଫାଲଗୁନି- ଶତୃଙ୍କର ସମ୍ମୁଖୀନ ହୋଇପାରନ୍ତି । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧