• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ବର୍ଷାର ଯୋଗ ରହିଛି

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Pisces

ମୀନ

Sunday 14 Jan 2024

ପୂ,ଭାଦ୍ରପଦ- ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତମ ବୁଝାମଣା ରହିବ । କୌଣସି ଖବର ମନରେ ଅସ୍ଥିରତା ସୃଷ୍ଟି କରିବ ।

ଉ,ଭାଦ୍ରପଦ- କର୍ମ କ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫୟତ ଦେବାକୁ ପଡିପାରେ । ଅଫିସରେ କାମ  ଗୁଡିକୁ ସୁବିଧାରେ କରିବା କଷ୍ଟକର ହୋଇପଡିବ । 

ରେବତୀ- କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ଗୃହିଣୀ ମାନେ ଘର ସଜ୍ଜାରେ ବ୍ୟସ୍ତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ