• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ବର୍ଷାର ଯୋଗ ରହିଛି

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Capricorn

ମକର

Sunday 14 Jan 2024

ଉ,ଷାଢା- ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମତାନ୍ତର ଦେଖାଦେଇପାରେ । ପତିପତ୍ନୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି ।

ଶ୍ରବଣା- ନୂତନ ଚାକିରିର ସୁଯୋଗ ପାଇପାରନ୍ତି । ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର  ସହିତ ରଖନ୍ତୁ ନଚେତ୍ ତା ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

ଧନିଷ୍ଠା- ନେତା ବା ଉଚ୍ଚପଦସ୍ଥ  ଅଧୀକାରୀଙ୍କ ସହିତ ରହିବାର  ସୁଯୋଗ   ମିଳିବ । ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ