• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ବର୍ଷାର ଯୋଗ ରହିଛି

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Leo

ସିଂହ

Sunday 14 Jan 2024

ମଘା- ନିତିଦିନିଆ କାମ ସହଜରେ ପୁରା ହୋଇଯିବ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କୁ ନୂଆ କାମରେ ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ଧନ ଲାଭର ନୂଆ ଉତ୍ସ ତଲାସ କରିବେ ।

ପୂ,ଫାଲଗୁନି- ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ ସମୃଦ୍ଧି ଲାଭ କରିବେ । ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ ।

ଉ,ଫାଲଗୁନି- ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠାକୁ ସହି ନ ପାରି କଟୁ ମନ୍ତବ୍ୟ ଦେବେ । ଅନ୍ୟ ମାନଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା ହେବେ । ଅନ୍ୟ ମାନଙ୍କର ଦୟା ଉପରେ ନିର୍ଭର କରିବାକୁ  ପଡିପାରେ । 

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ