• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ବର୍ଷାର ଯୋଗ ରହିଛି

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Cancer

କର୍କଟ

Sunday 14 Jan 2024

ପୁନର୍ବସୁ- ସାମାଜିକ ସ୍ଥିତି ବଜାୟ ରହିବା ସହ ପାରିବାରିକ ପତିଆରା ଅମଳିନ ରହିବ । ଆପଣଙ୍କ କାର୍ଯ୍ୟ ଶୈଳୀରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିପାରିବେ । କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ ।

ପୁଷ୍ୟା- ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ ।  ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ ।

ଅଶ୍ଲେଷା- ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ଧର୍ମ ମାର୍ଗରେ ଧନ ବ୍ୟୟ କରିବେ । ରାଜନୀତିରେ ଲୋକପ୍ରିୟତା ଅର୍ଜନ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି