ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୧୧.୪୪ ଗତେ ୭ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ - ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୪ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୩୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ
ପୂ , ଭାଦ୍ରପଦ - ସ୍ୱାସ୍ଥ୍ୟରେ ଚିକିତ୍ସା ପାଇଁ ଉତ୍ତମ ଦିନ ରହିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ ଆଦି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ ।
ଉ , ଭଦ୍ରପଦ - ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ରାଜନୀତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ । ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ ।
ରେବତୀ – ସମାଜ ସେବା କରିବାରେ ମନଭାବ ପୋଷଣ କରିବେ । ଗୃହ ନିର୍ମାଣ ବା ଯାନବାହନ, ଭୂମି କ୍ରୟ କରି ପାରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ ।
ପ୍ରତିକାର- ଖଣ୍ଡ ହଳଦିକୁ ଘୋରି ହଳଦିଆ ତିଲକ କରି ଲଗାନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩